ଏଭଳି ସ୍ୱଭାବର ବ୍ୟକ୍ତିବିଶେଷ ସହ ସମ୍ପର୍କ ନିବିଡ଼ କରୁଛନ୍ତି କି ? ତେବେ ଭୁଲରେ କରନ୍ତୁ ନାହିଁ, ନହେଲେ ଭବିଷ୍ୟତରେ ପଡିବେ ଅସୁବିଧାରେ

0

ମଣିଷ ନିଜ ଜୀବନ ରେ ଅନେକ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନା କରିଥାଏ l କିଛିଟା ସମ୍ପର୍କ ତାକୁ ସାରା ଜୀବନ ସ୍ନେହ ମମତା ଆଦର ଇତ୍ୟାଦି ଦେଇଥିବା ବେଳେ, ଆଉକିଛି ସମ୍ପର୍କ ତାକୁ ବିପଦ ମୁଖକୁ ଠେଲି ଦେଇଥାଏ , ତେଣୁ ଏଭଳି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଶତ୍ରୁ ଠାରୁ ମଧ୍ୟ ଭୟଙ୍କର ହୋଇଥାଏ l ଆସନ୍ତୁ ଜାଣିବା କିଭଳି ଲୋକଙ୍କ ନିକଟରୁ ଦୂରତା ରଖିବା ଆବଶ୍ୟକ l

– ଯିଏ ନିଜ ସ୍ୱାର୍ଥକୁ ଦେଖେ :
ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସବୁବେଳେ ନିଜର ସୁବିଧା ପାଇଁ ତମ ସହିତ ସହିତ ସମ୍ପର୍କ ରଖୁଛି ଏଭଳି ବ୍ୟକ୍ତି ନିକଟରୁ ଦୂରେଇ ରହିବା ଆବଶ୍ୟକ l ଏଭଳି ବ୍ୟକ୍ତି ଜୀବନ ରେ ନିଜ ଲାଭ ବ୍ୟତୀତ କୌଣସି କଥାକୁ ଚିନ୍ତା କରେନାହିଁ l ଏହି ବ୍ୟକ୍ତିମାନେ ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ଦୁଃଖ ଦେବାକୁ ପଛାନ୍ତି ନାହିଁ l

– ଈର୍ଷାଳୁ ବ୍ୟକ୍ତି :
ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଲୋଭି ଓ ଈର୍ଷାଳୁ ହୋଇ ଥାଆନ୍ତି ଅନ୍ୟର ଉନ୍ନତି ଦେଖି ସହ୍ୟ କରିପାରନ୍ତି ନାହିଁ l ଏଭଳି ଲୋକଙ୍କ ନିକଟରୁ ଆପଣ ଭୁଲ ରେ ମଧ୍ୟ କୌଣସି ସାହାଯ୍ୟ ମାଗିବା ଉଚିତ ନୁହେଁ l ଏଭଳି ବ୍ୟକ୍ତିଙ୍କ ଉପର କିଛି ଓ ଭିତର କିଛି ହୋଇଥାଏ l ଏଭଳି ବ୍ୟକ୍ତି ନିକଟରୁ କଦାପି କୌଣସି ସୁବିଧା ନେବା ଉଚିତ ନୁହେଁ l ନଚେତ ଆପଣଙ୍କ ଜୀବନ ପ୍ରତି ବିପଦ ଆସିଥାଏ l

– କ୍ରୋଧୀ ବ୍ୟକ୍ତିକୁ କଦାପି ମାଗନ୍ତୁ ନାହିଁ ସାହାଯ୍ୟ :
ଶାସ୍ତ୍ର କହୁଛି ଯେଉଁ ବ୍ୟକ୍ତି ତମ ପିଠି ପଛରେ ତମ ବିଷୟରେ ଆଲୋଚନା କରିଥାଏ ଓ ତୁମର ନିନ୍ଦା କରିଥାଏ ସେଭଳି ବ୍ୟକ୍ତି ନିକଟରୁ ଦୂରେଇ ରହିବା ଆବଶ୍ୟକ l କାରଣ ଏଭଳି ବ୍ୟକ୍ତିଙ୍କ ପାଖରୁ ସାହାଯ୍ୟ ନେବା ଆପଣଙ୍କ ପାଇଁ ବିପଦ ପୁର୍ଣ ହୋଇପାରେ l କାରଣ ଏଭଳି ବ୍ୟକ୍ତି ପଛରେ ରହି କିଛିବି ଷଡଯନ୍ତ୍ର କରି ପାରନ୍ତି l

SOA post below
Leave a comment