ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇନେଲା ମୁମ୍ବାଇ ପୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବ।ଇ ପୁଲିସ୍‌ ଉଠାଇ ନେଇଛି। ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବଇ ପୁଲିସ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି। ଏପରିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ ଇଣ୍ଟେରିୟର ଡିଜାଇନର୍ ଅନ୍‌ଭୟ ନାଏକ ଓ ତାଙ୍କ ମା’ କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ, ଟିଆରପିରେ ହେରଫେର ମାମଲାରେ ରିପବ୍ଲିକାନ ଟିଭି ସମେତ ୩ଟି ନ୍ୟୁଜ୍ ଚ୍ୟାନେଲ ନାଁରେ ଏଫଆଇଆର ରୁଜୁ ହୋଇଥିଲା।

Leave A Reply

Your email address will not be published.