ବିଜେଡିରେ ସାମିଲ ହେଲେ ଅରୁଣ ଦେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିରେ ଯୋଗଦେଲେ ବାଲେଶ୍ୱର ବରିଷ୍ଠ ନେତା ଅରୁଣ ଦେ। ଉପ-ନିର୍ବାଚନ ପୂର୍ବରୁ ଶଙ୍ଖ ଧରିବା ଦଳର ଶକ୍ତି ବଢାଇବ ବୋଲି କୁହାଯାଉଛି। ଗଲା ନିର୍ବାଚନରେ ସଦର ଆସନ ଥିଲା ବିଜେପି ହାତରେ। ହେଲେ ସଦର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ବିଜେଡି ଦଖଲ କରିଥିଲା। ଆଜିର ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତି ହିଁ ବୟାନ କରୁଛି, ବିଜେଡି କୌଣସି ହାଲ୍‌ତରେ ବାଲେଶ୍ୱର ହାତଛଡ଼ା କରିବା ମୁଡ୍‌ରେ ନାହିଁ।
ପାଞ୍ଚଥରର ବିଧାୟକ ଅରୁଣ ଦେ ଏବେ ବିଜେଡିରେ ସାମିଲ ହେବାପରେ ବିଜୟ ର ଆଶା ସଂଚାର ହୋଇଛି। ଉପନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ବିଜେଡି ଦେଇଛି ଚକ୍‌ମା। କାରଣ ସଦର ନିର୍ବାଚନ ମଣ୍ଡଳିର ୩୭ଟି ପଞ୍ଚାୟତରେ ଦାଦାଙ୍କ ରହିଛି ସ୍ୱତନ୍ତ୍ର ସଂଗଠନ। ଏହି ସାଂଗଠନିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଜି ଅରୁଣ ବିଜେଡିରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.