ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ

0

ବିବାହ ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ। ଏକ ଆବେଦନର ଶୁଣାଣି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଥିସହ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ସୂଚନା ମୁତାବକ, ଆବେଦନକାରୀ ଭୋଲା ସିଂ ପ୍ରମାଣ ଭାବେ ଗାଜିଆବାଦ ଆର୍ଯ୍ୟ ସମାଜ ମନ୍ଦିର ପକ୍ଷରୁ ଦିଆଯାଉଥିବା ବିବାହ ପ୍ରମାଣପତ୍ରକୁ କୋର୍ଟରେ ଦାଖଲ କରିଥିଲେ। ଏଥିସହ ବିବାହ ବେଳର କିଛି ଫଟୋ ମଧ୍ୟ ଦେଇଥିଲେ। ଅନ୍ୟପଟେ ଏହି ମାମଲା ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଆର୍ଯ୍ୟ ସମାଜର କାଗଜପତ୍ରର ସତ୍ୟତାକୁ ବିଚାର ନ କରି ବିବାହ ଆୟୋଜନର ବିଶ୍ୱାସକୁ ଅପବ୍ୟବହାର କରାଯାଉଛି। ବିବାହର ପଞ୍ଜୀକରଣ ହୋଇ ନ ଥିବାରୁ ଅନୁମାନ କରାଯାଇପାରିବ ନାହିଁ ଉକ୍ତ ବ୍ୟକ୍ତି ବିବାହ କରିଛନ୍ତି। ତେଣୁ କୋର୍ଟ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ରକୁ ଖାରଜ କରିଦେଇଛନ୍ତି।

SOA post below
Leave a comment