ଅସ୍ଥି ବିସର୍ଜନ ଯାତ୍ରା ହେଲା ଜୀବନର ଶେଷଯାତ୍ରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ୫ଟା ସମୟରେ ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଯାଉଥିଲେ ମାତ୍ର ଏହା ତାଙ୍କ ଶେଷଯାତ୍ରା ବୋଲି ଜାଣିନଥିଲେ ।

ଗଞ୍ଜାମ ଜିଲ୍ଲା ଇଚ୍ଛାପୁର ନିକଟସ୍ଥ ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଲାଲକମଙ୍ଗ ଗାଁର କେ ମୂରଲୀ (70)ଙ୍କ ୧୫ ଦିନ ତଳେ ଦେହାନ୍ତ ହୋଇଥିଲା । ଆଜି ପରିବାରର ୨୩ ଜଣ ୨ଟି ବଲେରୋରେ ଅପର ପକ୍ଷର ପ୍ରଥମ ଦିନ ହେତୁ ପୁରୀ ଅସ୍ଥି ବିସର୍ଜନ ଓ ପିଣ୍ଡ ଦାନ ପାଇଁ ଯାଉଥିଲେ । ଦିବଂଗତ ମୂରଲୀଙ୍କ ୪ପୁଅ, ୩ଝିଅ । ମୃତ୍ୟୁ ଘଟିଥିବା କ୍ରିଷ୍ଣା ହେଉଛନ୍ତି ମୂରଲୀଙ୍କ ବଡପୁଅ । ମୃତ ଜଗଦୀଶ ୩ୟ ପୁଅ । ମୃତ୍ୟୁ ଘଟିଥିବା ୧ ନାତି ( ଅଭିମନ୍ୟୁ) ଓ ୧ ନାତୁଣୀ (ଶୈଲା) ୨ ୟ ପୁଅ ଶ୍ୟାମସୁନ୍ଦରଙ୍କ ସନ୍ତାନ । ମୃତ ହେମବତୀ ହେଉଛନ୍ତି ଦିବଂଗତ ମୂରଲୀଙ୍କ ସାନ ଭାଇଙ୍କ ପତ୍ନୀ । ସାନଭାଇଙ୍କ ପୂର୍ବରୁ ମୃତ୍ୟୁ ହେଇଯାଇଛି । ସେ ନିଃସନ୍ତାନ । ବର୍ତମାନ ଲାଲକମାଗାଁ ଘରେ ମୃତ ମୂରଲୀଙ୍କ ବିଧବା ପତ୍ନୀ କେବଳ ଜଣେ ଅଛନ୍ତି । ଏ ଘଟଣା ପରେ ସମଗ୍ର ଲାଲକମଙ୍ଗ ଗାଁ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.