୬୦ ବର୍ଷ ବୟସରେ ପୁଣିଥରେ ବିବାହ କଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ

ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ। ୬୦ ବର୍ଷ ବୟସରେ ସେ ଆସାମର ରୂପାଲୀ ବରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅତି ନିକଟ ସମ୍ପର୍କୀୟ ଓ ପରିବାର ବର୍ଗଙ୍କ ଗହଣରେ ଗୁରୁବାର କୋଲକାତାର ଏକ କ୍ଲବ୍ରେ ଉଭୟଙ୍କର ବିବାହ ହୋଇଛି।
ପରିଣତ ବୟସରେ ବି ବିବାହ କରି ଖୁସୀ ଅନୁଭବ କରୁଥିବା ଆଶିଷ କହିଛନ୍ତି। ସେ କହିଛନ୍ତି ‘ମୋ ଜୀବନର ଏହି ପର୍ଯ୍ୟାୟରେ ବି ରୂପାଲୀଙ୍କୁ ବିବାହ କରିବା ମୋ ପାଇଁ ଏକ ନିଆରା ଅନୁଭବ। ସକାଳେ ଆମର କୋର୍ଟରେ ବିବାହ ସରିଛି। ଏହାପରେ ସନ୍ଧ୍ୟାରେ ଭୋଜି ହେବ।’
ଜାତିୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟଲମ, ବଙ୍ଗଳା ଓ ଓଡ଼ିଆ ଆଦି ୧୧ଟି ଭାଷାରେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମ କରିଛନ୍ତି। ଆଶିଷ ଏହା ପୂର୍ବରୁ ପୁରୁଣା ଦିନର ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ। ତାଙ୍କ ବର୍ତ୍ତମାନ ପତ୍ନୀ ରୁପୀଲ ଆସାମ ଗୁୱାହାଟିର ହୋଇଥିବା ବେଳେ ଅପସ୍କେଲ୍ ଫେସନ ଷ୍ଟୋର କୋଲକାତା ସହ ସେ ଜଡ଼ିତ ଅଛନ୍ତି।