ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୭୭ ବର୍ଷୀୟ ଆଶାରାମ ଉତ୍ତରପ୍ରଦେଶର ସାହାଜାହାନପୁରର ୧୬ ବର୍ଷର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇ ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ରଖାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରି ଯୋଧପୁର ଜେଲ୍ର ସ୍ୱତନ୍ତ୍ର କୋର୍ଟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇବା ସହ ଅାଶାରାମଙ୍କ ୨ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି । କୋର୍ଟର ଏହି ରାୟ ଆସିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଗୁଜରାଟ ସରକାରଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଯେ କୌଣସି ପରିସ୍ଥିତିରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ପୋଲିସ ସତର୍କ ରହିଛି।
ଘଟଣା କ୍ରମେ
୨୦୧୩ରେ ରାଜସ୍ଥାନ ଯୋଧପୁରରେ ମଣାଇ ଗ୍ରାମରେ ଥିବା ବାବାଙ୍କ ଆଶ୍ରମରେ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇ ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ରଖାଯାଇଥିଲା
ଆଶାରାମଙ୍କୁ ଆଜି କୋର୍ଟକୁ ନେବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଯୋଧପୁର ଜେଲ୍ର ସ୍ୱତନ୍ତ୍ର କୋର୍ଟରେ ୧୪୪ ଧାରା ଜାରି କରାଯାଇଛି। ଅଶାରାମଙ୍କ ବିରୋଧରେ ପସ୍କୋ ଆକ୍ଟ,ଏସିଏସଟି ନିର୍ଯାତନା ନିରୋଧୀ ଆକ୍ଟ ଏବଂ ଶିଶୁ ଅପରାଧ ଆଇନ ସମ୍ପର୍କିତ ଆଇପିସିର ବିଭିନ୍ନ ଧାରାରେ ଦଫା ରହିଥିଲା। ଏହି ମାମଲା ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ ପରିସରରେ ରାୟ ଶୁଣାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।