ଆସାମରେ ବନ୍ଦ ହେବ ମଦ୍ରାସା ଏବଂ ସଂସ୍କୃତ ବିଦ୍ୟାଳୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସାମ ସରକାର ରାଜ୍ୟର ସମସ୍ତ ମଦ୍ରାସା ଏବଂ ସଂସ୍କୃତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷା ଏବଂ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା । ଧାର୍ମିକ ଶାସ୍ତ୍ର ପଢାଇବା ପାଇଁ ସରକାର ସାର୍ବଜନିକ ସମ୍ପତ୍ତିର ବ୍ୟବହାର କରିପାରିବେ ନାହିଁ । ସରକାରୀ ସମ୍ପତ୍ତିକୁ କୌଣସି ଧାର୍ମିକ ଶିକ୍ଷା ଦିଗରେ ବ୍ୟବହାର କରାଯିବ ନାହିଁ ବୋଲି ପୂର୍ବରୁ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଆସାମ ରାଜ୍ୟସରକାରଙ୍କ ପକ୍ଷରୁ ନଭେମ୍ବରରେ ଏ ସମ୍ପର୍କିତ ନୋଟିସ୍ ଜାରି କରାଯିବ ବୋଲି ହେମନ୍ତ ସରମା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆସାମରେ ୬୧୪ଟି ସରକାରୀ ସହାୟତାପ୍ରାପ୍ତ ମଦ୍ରାସା ଏବଂ ସଂସ୍କୃତ ମହାବିଦ୍ୟାଳୟ ରହିଛି ।

Barta
Sikhsya

Leave A Reply

Your email address will not be published.