ବିଧାନସଭା ବଜେଟ ଅଧିବେଶନ ଆରମ୍ଭ, 5ଟି ଓ ମୋ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶୋକପ୍ରସ୍ତାବ ଆଗତ କଲେ । ଏହାପରେ ବଜେଟ୍ ଅଭିଭାଷଣରେ, ମୋ ସରକାର ଓ 5ଟିକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ମୋ ସରକାର ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି । 5 ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରଭଳି ଦିଗ ଗୁଡ଼ିକରେ ଅଧିକ ପ୍ରଗତି ହୋଇପାରିଛି ।
କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି । ସେହିଭଳି ଶ୍ରୀଜନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଫୋକସ ଦେଉଛନ୍ତି । ଶ୍ରୀମନ୍ଦିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଯାହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି । ଠିକ୍ ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର ।
ରାଜ୍ୟରେ ଦାରିଦ୍ର‌୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

Leave A Reply

Your email address will not be published.