କେବଳ କରୋନା ଯୋଦ୍ଧାଙ୍କ ପାଇଁ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ପାଇଁ କାମ କରୁଥିବା କରୋନା ଯୋଦ୍ଧାମାନଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା କରାଯିବ। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ରାଜ୍ୟରେ କରୋନା ରୋଗୀମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ତେବେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଡାକ୍ତରଖାନାରେ ଠିକ ସମୟରେ ଶଯ୍ୟା ପାଇପାରୁନାହାନ୍ତି। ଏହାଫଳରେ ସେମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅଥବା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ୁଛନ୍ତି । ଏଣୁ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇଆସୁଥିଲା।

Leave A Reply

Your email address will not be published.