ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚାଲିଥିବା ଟଣାଓଟରା ର ଆଜି ଅନ୍ତ ଘଟିଛି । ଶେଷରେ ପୂର୍ବତନ ଆଇଏଏସ୍ ଅଫିସର୍‌ ଅଶ୍ୱିନୀ ବୈଷ୍ଣବ ବିଧିବଦ୍ଧ ଭାବେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଶ୍ୱିନୀ ବୈଷ୍ଣବ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି । ଗତକାଲି ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ନେଇ ଅନେକ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଅଶ୍ୱିନୀଙ୍କୁ ନିଜ ପ୍ରାର୍ଥୀ ବୋଲି କହିଥିଲା ।ଏହାପରେ ବିଜେଡି ନିଜ ସଫେଇ ଦେଇ କହିଥିଲା ଯେ ଅଶ୍ୱିନୀ ବିଜେପି ପ୍ରାର୍ଥୀ ମାତ୍ର ବିଜେଡି ତାକୁ ସମର୍ଥନ ଜଣାଇଛି ।

ବିଜେପିରେ ଯୋଗଦେବାପରେ ଶ୍ରୀ ବୈଷ୍ଣବ କହିଛନ୍ତି, “ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବିଜେପି ମୋତେ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦଳକୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ଯାହା କରିବା କଥା ମୁଁ କରିବି।”

ଅପରପକ୍ଷରେ ଶ୍ରୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ କୁନେଇ ଉଭୟ ବିଜେପି ଓ ବିଜେଡି କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ ମୁତାବକ ଏହା ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ ।

Leave A Reply

Your email address will not be published.