ଶେଷରେ ନିଲମ୍ବିତ ହେଲେ ଲାଞ୍ଚୁଆ ଆଇଆଇସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ଦେହରେ ଲାଗିଥିବ ଲାଞ୍ଚର କଳଙ୍କର ଦାଗ ଲିଭାଇବା ପାଇଁ ପୋଲିସ ଡ଼ିଜି ଆର ପି ଶର୍ମା ଜଟଣୀ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି । ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବାପରେ ମଧ୍ୟ ତାଙ୍କୁ ନିଲମ୍ବନ ନକରିବାକୁ ନେଇ ସମସ୍ତେ କମିଶନରେଟ ପୋଲିସ କୁ ନିନ୍ଦା କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।

ସୂଚନା ଅନୁଯାୟୀ, ଜଟଣୀ ଥାନାର ଆଇଆଇସି ସଞ୍ଜୀବ ମହାନ୍ତି ସୁମିତ ମଙ୍ଗରାଜଙ୍କ ଉପରେ ଲାଗିଥିବା ଏକ ଦଫା ୧୧୦ ଉଠାଇବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଗତ ୩ ତାରିଖ ରାତିରେ ସୁମିତ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ୪ ତାରିଖରେ ଭୁବନେଶ୍ୱର କୋଟରେ ଭିଜିଲାନ୍ସ ତାଙ୍କୁ ହାଜର କରିଥିଲା । ସଞ୍ଜୀବଙ୍କ ତରଫରୁ ଜାମିନ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଏହା ନାମଞ୍ଜୁର ହୋଇଯାଇଥିଲା । ତେଣୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । କୋଟ ପରିସରରେ ମଧ୍ୟ ସଞ୍ଜୀବଙ୍କୁ ଓକିଲ ମନେ ଘେରି ଆକ୍ରମଣ କରିବାକୁ ମଧ୍ୟ ଉତ୍ୟକ୍ତ ହୋଇଥିଲେ । ମାତ୍ର ପୋଲିସ ସେଠାରୁ ଲାଞ୍ଚୁଆ ଆଇଆଇସିଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିଥିଲା ।

Leave A Reply

Your email address will not be published.