ଜଳିଗଲେ ୧୩ ଜଣ

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଏକ ନାଇଟ୍କ୍ଲବରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଚୋନବୁରି ପ୍ରୋଭିନ୍ସ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ରାଜଧାନୀ ବ୍ୟାଙ୍କକର ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି। ପୁଲିସର କହିବା ଅନୁଯାୟୀ ସେମାନେ ମାଉଣ୍ଟେନ୍ ବି ନାଇଟ୍ କ୍ଲବରେ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ।
ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ଉଦ୍ଧାରୀକାରୀଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।