ଏହି ବୟସରେ ମା’ ହେଲେ ଶିଶୁ ହୁଅନ୍ତି ଅଧିକ ବୁଦ୍ଧିମାନ

0

ମଣିଷର ବାହାଘର ଓ ତାର ହେବାକୁ ଥିବା ସନ୍ତାନ ସହ ବହୁତ କିଛି ଜଡିତ ରହିଥାଏ। ବୁଦ୍ଧିମାନ ହେବାକୁ ସମସ୍ତେ ଚାହିଁଥାନ୍ତି। ଆଜିକାଲି ସମାଜରେ ପ୍ରାୟ ଦେଖିବାକୁ ମିଳେ ଝିଅକୁ ୨୦ ରୁ ୨୨ ବୟସ ମଧ୍ୟରେ ବିବାହ କରିଦିଆଯାଏ।

ନିକଟରେ ଏକ ପରୀକ୍ଷଣ କରାଯାଇଛି, ଯାହାର ତଥ୍ୟ ସାମ୍ନାକୁ ଆସିବା ପରେ ଝିଅମାନଙ୍କ ଉଚିତ ବିବାହ ବୟସ ଏବଂ ଛୁଆ ଜନ୍ମ କରିବାର ଉଚିତ୍ ବୟସ ଜଣାପଡିଛି। ତଥ୍ୟ ଅନୁସାରେ ଜାଣିବା କେଉଁ ବୟସରେ ଛୁଆ ଜନ୍ମ କଲେ ଛୁଆ ସତେଜ, ବୁଦ୍ଧିମାନ ହେବା ସହିତ ଚାଲାଖ ହୋଇଥାଏ।

ପରୀକ୍ଷଣ ଅନୁସାରେ ଯଦି ଝିଅମାନେ ଠିକ୍ ବୟସ ଅର୍ଥାତ ୩୦ ବର୍ଷ ବୟସରେ ମା ହୁଅନ୍ତି ତେବେ ମହିଳାଙ୍କ ୟୁଟ୍ରେସ କ୍ୟାନସର ହେବାର ଆଶଙ୍କା କମ୍ ହୋଇଯାଇଥାଏ। ବିଭିନ୍ନ ତଥ୍ୟ କହେ ଏହି ବୟସରେ ମହିଳାମାନେ ପୁରା ସେଟେଲ ହୋଇଯାଇଥାନ୍ତି ଏବଂ ମାନସିକ ସ୍ତରରେ ମଧ୍ୟ ମା ହେବାକୁ ନିଜକୁ ସମ୍ଭାଳିଥାନ୍ତି।

ଏହିସବୁ ଉତ୍ତମ ପ୍ରଭାବ ଛୁଆ ଉପରେ ପଡେ। ଯଦି ଜଣେ ମା ଛୁଆକୁ ଜନ୍ମ କରିବା ସମୟରେ ମାନସିକ ରୂପରେ ସୁସ୍ଥ ରହିବ, ତେବେ ଛୁଆ ନିଶ୍ଚେ ସୁସ୍ଥ ଏବଂ ବୁଦ୍ଧିମାନ ଭାବେ ଜନ୍ମ ନେବ। ତେଣୁ ପାଖାପାଖି ୩୦ ବର୍ଷ ବୟସରେ ଜଣେ ମହିଳା ମା ହେଲେ ଏହାର ସକରାତ୍ମକ ପ୍ରଭାବ ଛୁଆ ଉପରେ ପଡିଥାଏ।

SOA post below
Leave a comment