ବାଜପେୟୀଙ୍କ ୯୬ ତମ ଜନ୍ମ ଜୟନ୍ତୀ : ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୬ତମ ଜୟନ୍ତୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥି ସହିତ ଶ୍ରୀ ମୋଦୀ ଟୁଇଟ କରି କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶତ-ଶତ ପ୍ରଣାମ। ନିଜର ଦୂରଦର୍ଶୀ ନେତୃତ୍ୱରେ ସେ ଦେଶକୁ ବକାଶର ଅଦ୍ଭୂତ ସ୍ଥାନରେ ପହଞ୍ଚାଇଛନ୍ତି। ଏକ ସଶକ୍ତ ଓ ସମୃଦ୍ଧ ଭାରତର ନିର୍ମାଣ ଲାଗି ସେ ତାଙ୍କର ପ୍ରୟାସକୁ ସ୍ମରଣ କରିଛନ୍ତି। ବାଜପେୟୀଙ୍କ ଜୟନ୍ତୀ ଅବସରରେ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପୁସ୍ତକ ଉନ୍ମୋଚନ କରିବେ।
ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ, ବିଚାରଧାରା-ସିଦ୍ଧାନ୍ତ ଉପରେ ଆଧାରିତ ରାଜନୀତି ଏବଂ ରାଷ୍ଟ୍ର ସମର୍ପିତ ଜୀବନରେ ଭାରତରେ ବିକାଶ, ଗରିବ କଲ୍ୟାଣ ଓ ସୁଶାସନର ଯୁଗ ଆରମ୍ଭ କରିଥିବା ଭାରତ ରତ୍ନ ଆଦରଣୀୟ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ କରୁଛି। ତାଙ୍କର ଜୀବନରୁ ଆମକୁ କର୍ତ୍ତବ୍ୟନିଷ୍ଠା ଓ ରାଷ୍ଟ୍ରସେବା ଭଳି ପ୍ରେରଣା ମିଳୁଛି। ୧୯୨୪ ମସିହା ଆଜିର ଦିନରେ ଜନ୍ମ ବାଜପେୟୀଙ୍କ ଜନ୍ମ ହୋଇଥିଲା। ୧୯୯୮ରୁ ୨୦୦୪ ଯାଏଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ଏହି ଅନୁଭବୀ ନେତା ଭାରତୀୟ ଜନତା ପାର୍ଟିର ପ୍ରଥମ ବ୍ୟକ୍ତି ଥିଲେ ଯିଏ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ଭାବରେ ୩ ଥର କାର୍ଯ୍ୟ କରିଥିଲେ।

bjd
Sikshaya
ruchi

Leave A Reply

Your email address will not be published.