ଆଉ ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ ଅଭିନେତା ଆସିଫ ବସରା ହିମାଚଳ ପ୍ରଦେଶର କଙ୍ଗଡ଼ା ଧର୍ମଶାଳାର ମେକ୍ଲୋଡଗଞ୍ଜସ୍ଥିତ ଏକ କେଫେରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପଛର କାରଣ କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। କଙ୍ଗଡ଼ା ଏସଏସପି ବିମୁକ୍ତ ରଞ୍ଜନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
କଙ୍ଗଡ଼ା ଏସଏସପି କହିଛନ୍ତି ଯେ, ଫିଲ୍ମ ଅଭିନେତା ଆସିଫଙ୍କ ଶବ ଧର୍ମଶାଳାର ଝୁଲୁଥିବା ମିଳିଥିଲା। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଆସିଫ ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ଜବ ୱି ମେଟ, ପରଜାନିଆଁ ଓ ବ୍ଲାକ ଫ୍ରାଇଡେ ଭଳି ମୁଭି ସହ ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି। ଏଥିସହିତ ନିକଟରେ ୱେବ ସିରିଜ ‘ପାତାଲ ଲୋକ’ରେ ମଧ୍ୟ ଆସିଫଙ୍କୁ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.