ନ୍ୟାୟାଳୟ ରେ ମିଳିଲା ଭୁଜାଲି ଚୋଟ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ସକାଳୁ ସମ୍ବଲପୁର କୋର୍ଟ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ରକ୍ତାକ୍ତ କରି ପକାଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ଘଟିଛି।

ଘଟଣା କ୍ରମେ

ପରିବାରିକ କଳହ କେନ୍ଦ୍ର କରି ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଥିଲା। ଯାହାଦ୍ୱାରା ପୀଡିତା କୋର୍ଟର ଆଶ୍ରୟ ନେଇଥିଲେ। ସୋମବାର ଫ୍ୟାମିଲି କୋର୍ଟକୁ ମହିଳା ଜଣକ ନିଜ ଶିଶୁ ଓ ମା’ଙ୍କ ସହ ଆସିଥିବା ବେଳେ ଅଭିଯୁକ୍ତ ସ୍ୱାମୀ କୋର୍ଟ ଭିତରକୁ ପଶି ଆସିଥିଲା। ରାଗରେ ପତ୍ନୀଙ୍କୁ ଏକ ଭୁଜାଲିରେ ହାଣି ପକାଇଥିଲା। ଏପରିକି ଛୋଟ ଶିଶୁଟିକୁ ମଧ୍ୟ ଛାଡି ନ ଥିଲା। ସମ୍ପର୍କୀୟମାନେ ଏହା ଜାଣିପାରି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.