ଅପରାଜିତାଙ୍କ ପ୍ରଚାର ବେଳେ ବଜେପି କର୍ମୀଙ୍କୁ ଆକ୍ରମଣ, ୨ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ନିର୍ବାଚନୀ ହିଂସା । ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ । ଏହି ଆକ୍ରମଣ ରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପ୍ରଚାର ପାଇଁ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ବସ୍ତିକୁ ବିଜେପି କର୍ମୀ ଗଲାବେଳେ କିଛି ଅସାଧୁ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ । ଏପରିକି ପ୍ରଚାର ଗାଡ଼ିକୁ ଭିତରକୁ ପୂରାଇ ଦେଇ ନଥିଲେ । ପ୍ରଥମେ ଯୁକ୍ତିତର୍କ ହେବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା ଯୁକ୍ତିତର୍କ ହତାହାତିରେ ପରିଣତ ହୋଇଥିଲା । ଫଳରେ ୯ ଜଣ ବିଜେପି କର୍ମୀ ଆହତ ହେବ ସହ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀଙ୍କ ଅବସ୍ଥା ଗୁରୁତର ରହିଛି । ଏ ଘଟଣା ନେଇ ବିଜେପି କର୍ମୀମାନେ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ କରିଛନ୍ତି । ଏହି ଦୁର୍ବୃତ୍ତ ମାନଙ୍କର ବିଜେଡିର କିଛି ପ୍ରମୁଖ ନେତାଙ୍କ ସହ ସୁସମ୍ପର୍କ ଥିବା ସେମାନେ ଅଭିଯୋଗ ।

ସେହିପରି କିଛି ଦିନ ପୂର୍ବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ରାଲି ଚାଲିଥିବା ସମୟରେ ୟୁନିଟ୍‌-୮ ନିକଟରେ ଟେକାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ରାଲିରେ ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମିଲ ଥିଲେ।

Leave A Reply

Your email address will not be published.