ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । ଏବେ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଟିମର ଅଧିନାୟକ ରହିଛନ୍ତି । ତେବେ ଶନିବାର ସକାଳୁ ଫିଞ୍ଚ ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି ।
ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ଫିଞ୍ଚ । ଏହାପରେ ଫିଞ୍ଚଙ୍କୁ ୫୦ ଓଭର ଫର୍ମାଟରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ ଆରୋନ ଫିଞ୍ଚ ।