ପୂର୍ବତନ ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ

0

ଓଡିଶା ଫାଷ୍ଟ( ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ସାଂସଦ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି । ଖରିଆର ରୋଡ୍‌ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ପୁଅ ସୁରେଶ ଆଚାରୀ ତାଙ୍କ ପରଲୋକ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ.ଭି. ସ୍ବାମୀଙ୍କ ପୂରାନାମ ହେଉଛି ଆଲାଜାଙ୍ଗି ବିଶ୍ଵନାଥ ସ୍ବାମୀ । ସେ ୧୯୨୯ ଜୁଲାଇ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୨୦୧୨ ଏପ୍ରିଲ ୪ରେ ସେ ସ୍ବାଧୀନ ଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।

ସୂଚନା ଅନୁଯାୟୀ, ଏ.ଭି. ସ୍ବାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁବାବୁଙ୍କ ଖୁବ ନିକଟତର ଥିଲେ । ସ୍ବର୍ଗତ ବିଜୁବାବୁ ସ୍ବର୍ଗତ ଏ.ଭି. ସ୍ବାମୀଙ୍କୁ ରାଜନୀତିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ନିଜ ସମାଜସେବା ଛାଡି ରାଜନୀତିରେ ଯୋଗଦେଇନଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ କ୍ରମେ ୨୦୧୨ରେ ସେ ରାଜ୍ୟସଭା ସାଂସଦ ଭାବେ ଚୟନ ହୋଇଥିଲେ ।

Leave A Reply

Your email address will not be published.