ବୋର୍ଡ ଅଫିସ କୁ ଧସେଇ ପଶିଲା ଏବିଭିପି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମାଟ୍ରିକପ୍ରଶ୍ନପତ୍ର ଭାଇରାଲ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ର ମାଧ୍ୟମିକ ଶିକ୍ଷା ବୋର୍ଡ ଆଗରେ ଏବିଭିପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଫିସ ଭିତରେ ଧସେଇ ପସିବାକୁ ଉଦ୍ୟମ କରିଥିବାରୁ ବୋର୍ଡ଼ କର୍ମଚାରୀମାନେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପୋଲିସ ବୋର୍ଡ଼ କାର୍ଯ୍ୟାଳୟରେ ପହଞ୍ଚି ଏବିଭିପି କର୍ମୀଙ୍କୁ ବାହାର କରିଥିଲେ। ଏପରିକି ଘଉଡାଇବା ପାଇଁ ପୋଲିସ କୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା।

ସୂଚନାଯୋଗ୍ୟ, ଏବିଭିପି କର୍ମୀଙ୍କ ସହିତ ବୋର୍ଡ଼ ସଭାପତି ଡ଼ ଜାହାନ୍ ଆରା ବେଗମ ଆଲୋଚନା କରିଥିଲେ। ମାତ୍ର ଆଲୋଚନାରେ ବିଫଳ ହେବା ପରେ ଏବିଭିପି କର୍ମୀମାନେ ବୋର୍ଡ଼ କାର୍ଯ୍ୟାଳୟରେ ଧସେଇ ପଶିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ଗତକାଲି ଏଭିବିପି ପକ୍ଷରୁ ଭୁବନେଶ୍ୱର ରେ ଥିବା ଡିଜିପି କ୍ୟାମ୍ପ ଅଫିସ ରେ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ଦାବି ରେ ଡ଼ିଜି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଗତ ୨୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ଓଡ଼ିଆ ପଶ୍ନପତ୍ର ଭାଇରାଲ୍‌ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍‌ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ଘୁରିବୁଲୁ ଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ଏପରି ଅଭିଯୋଗକୁ ଶିକ୍ଷା ସଚିବ ଓ ବୋର୍ଡ଼ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଗତକାଲି ପୁଣି ଥରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ମଧ୍ୟ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ପୋଲିସ ମୁତୟନ ହୋଇଛନ୍ତି।

 

Leave A Reply

Your email address will not be published.