ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ । ଆୟୁଷଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ପୂର୍ବରୁ ମହିଳା ସହକର୍ମୀଙ୍କ ସହ ଅଶ୍ଲୀଲ ଚାଟିଂ ଓ କଥାବାର୍ତ୍ତା ଅଭିଯୋଗରେ ମହିଳା ଥାନା ପକ୍ଷରୁ ତାଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା ।

ସୂଚନା ଅନୁଯାୟୀ, ଆୟୁଷ ନିର୍ଦ୍ଦେଶାଳୟର ଏହି ସର୍ବୋଚ୍ଚ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଥିଲା କି, ୨୫ ବର୍ଷୀୟା ଜଣେ ଯୁବତୀ ସହକର୍ମୀଙ୍କ ସହ ସେ ଅଶ୍ଲୀଲ ଚାଟିଂ ଓ କଥାବାର୍ତ୍ତା କରୁଥିଲେ । ଯୁବତୀ ଜଣକ ତାଙ୍କ ଅଭିଯୋଗର ପ୍ରମାଣ ରଖିବାକୁ କିଛି ଅଡିଓ ଓ ମେସେଜିଂ ଚାଟର ତଥ୍ୟ ରଖିଥିଲେ । ନିର୍ଦ୍ଦେଶକ ତାଙ୍କୁ ଚାକିରିର ଭୟ ଦେଖାଇ ଅଶ୍ଲୀଳ ଆଳାପ କରୁଥିଲେ , ଏବଂ ତାଙ୍କୁ ଅଶ୍ଲିଳ ଚିତ୍ର ପଠାଉଥିଲେ । ଏପରିକି ତାଙ୍କ ସହ ସମ୍ପର୍କ ନରଖିଲେ , ଚାକିରିରୁ ବିଦା କରିଦେବକୁ ଧମକ ଦେଉଥିଲେ ବୋଲି ଯୁବତୀ ଜଣଙ୍କ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଏପରି ଅଭିଯୋଗକୁ ଅସ୍ୱୀକାର କରି ବିଭୂପ୍ରସାଦ ମହିଳା ଥାନାରେ ପାଲଟା ଏଫଆଇଆର ଦେଇଥିଲେ । ସେ ତାଙ୍କ ଅଭିଯୋଗରେ ନିର୍ଦ୍ଦେଶକ ଜଣେ କର୍ମଚାରୀଙ୍କୁ (କ୍ରଣ୍ଟାକ୍ଟଚ୍ୟୁଆଲ୍‌)ଙ୍କୁ ଦୋଷ ଦେଇ , ତାଙ୍କୁ ବିରୋଧରେ ଷଡଯନ୍ତ୍ର କରୁଥିବା ଦର୍ଶାଇଥିଲେ । ସେ ସଂପୃକ୍ତ ଯୁବତୀଙ୍କୁ ଅଶ୍ଲିଳ ମେସେଜ ଦେଉଥିବା କଥାକୁ ଅସ୍ୱୀକାର କରି , ତାଙ୍କ କଣ୍ଠସ୍ୱର ଓ ଚାଟିଂର ଫରେନ୍‌ସିକ ଯାଞ୍ଚ ପାଇଁ ଦାବି କରିଥିଲେ । ଏହି ଘଟଣାର ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବିଭୂପ୍ରସାଦ ଯେଉଁ କର୍ମଚାରୀଜଣଙ୍କୁ ତାଙ୍କ ଅଭିଯୋଗରେ ଆକ୍ଷେପ କରିଥିଲେ ,ସେ ତାଙ୍କ ପଦବୀରୁ ଇସ୍ତଫା ଦେବା ମଧ୍ୟ ପୁରା ମାମଲାକୁ ଜଟିଳ କରିଦେଇଥିଲା । ତେବେ ଏହି ଘଟଣାକ୍ରମକୁ ନେଇଆଲୋଚନା ଜୋର ଧରିଥିବା ବେଳେ ଗୁରୁବାର ଅପରାହ୍ନରେ ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି ।

SOA

Leave A Reply

Your email address will not be published.