ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କ ଦେହାନ୍ତ

0

ଆୟୁଷ୍ମାନ ଖୁରାନାଙ୍କ ପିତା ପି.ଖୁରାନାଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ଆୟୁଷ୍ମାନ ଓ ଅପାରଶକ୍ତି ଖୁରାନା ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳେ ୧୦.୩୦ ସମୟରେ ମୋହାଲିର ଏକ ହସ୍ପିଟାଲରେ ପି.ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପି. ଖୁରାନା ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ।

ଜାରି କରାଯାଇ ଥିବା ବୟାନରେ କୁହାଯାଇଛି କି, ଆମେ ଦୁଃଖର ସହ ଏହା ଜଣାଉଛୁ ଯେ, ଆୟୁଷ୍ମାନ ଓ ଅପାରଶକ୍ତି ଖୁରାନାଙ୍କ ପିତା ଆଷ୍ଟ୍ରୋଲୋଜର ପି ଖୁରାନାଙ୍କର ଆଜି ସକାଳେ ମୋହାଲିରେ ମୃତ୍ୟୁ ହୋଇଯାଇଛି। ଆମେ ଏହି ସମୟରେ ଆପଣଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ କୃତଜ୍ଞ ରହିବୁ ।

ସୂଚନା ଯେ, ପି ଖୁରାନା ଜଣେ ଜଣାଶୁଣା ଆଷ୍ଟ୍ରୋଲୋଜର ଥିଲେ । ସେ ପଞ୍ଜାବର ଚଣ୍ଡିଗଡ଼ରେ ରହୁଥିଲେ। ସେ ଜ୍ୟୋତିଷ ବିଦ୍ୟା ଉପରେ ବହି ମଧ୍ୟ ଲେଖିଛନ୍ତି । ଆୟୁଷ୍ମାନ ନିଜ ପିତାଙ୍କ ବହୁତ ନିକଟତର ଥିଲେ। ପିତାଙ୍କ ପରାମର୍ଶରେ ଆୟୁଷ୍ମାନ ନିଜ ନାଆଁର ସ୍ପେଲିଂରେ ପରିବର୍ତ୍ତନ କରିଥିଲେ। ସେ ନିଜ ପିତାଙ୍କୁ ଲାଇଫ୍‌ କୋଚ ଓ ମେଣ୍ଟର ମାନୁ ଥିଲେ ।

SOA post below
Leave a comment