ଜୈଶ୍‌- ଇ- ମହମ୍ମଦ ମୁଖ୍ୟ ମସୁଦ୍‌ ଅଝହରକୁ ପାକିସ୍ତାନ ଆର୍ମିବେସଡ ହସ୍ପିଟାଲରେ ସୁରକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଠାନକୋଟ୍ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ୍‌ ଅଝହର ହିଁ ପୁଲଓ୍ବାମା ଆତଙ୍କବାଦୀ ହମ୍‌ଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଭାରତରେ ଆତଙ୍କବାଦୀ କାଣ୍ଡ ଭିଆଇ ଥିବାବେଳେ ପାକିସ୍ତାନରେ ଅଝହରକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିଛି ‌ପାକିସ୍ତାନୀ ସେନା । ଗତ ୪ମାସ ହେବ ସେ କୌଣସି ଏକ ମରଣାନ୍ତକ ରୋଗରେ ପୀଡିତ ହୋଇ ପାକିସ୍ତାନର ରାୱଲପୁରସ୍ଥିତ ଆର୍ମିବେସଡ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଲଓ୍ବାମାରେ ଏଭଳି କାଣ୍ଡ ଭିଆଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।  ଫଳରେ ସଂୟୁକ୍ତ ଜେହାଦୀ ପରିଷଦର ୬ଟି ବୈଠକରେ ତାଙ୍କୁ ଦେଖିବାକୁ ମିଳୁନାହଁ । ପୁଲଓ୍ବାମା ଆକ୍ରମଣର ୮ ଦିନ ପୂର୍ବରୁ ସେ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ସମ୍ପ୍ରତି ଭାରତୀୟ ଗୋଇନ୍ଦା ବିଭାଗ ହାତରେ ପଡ଼ିଥିବା ଏକ ଅଡ଼ିଓ ଟେପ୍‌ରୁ ଜଣାପଡ଼ିଥିବା କୁହାଯାଉଛି । ତେବେ ଭାରତରେ ଆତଙ୍କବାଦୀ କାଣ୍ଡ ଭିଆଇବା ପାଇଁ ଅଝହର କେତେଜଣ ଯୁବକଙ୍କ ବ୍ରେନ ଓ୍ବାସ କରିବା ଭଳି କିଛି କଥା ଏହି ଅଡିଓ ଟେପରେ ରେକର୍ଡ ହୋଇଛି । ଏବେ ମାସୁଦ ଅଝହର ଉପରେ ଆକ୍ରମଣ କରିବାକୁ ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି ।

Leave A Reply

Your email address will not be published.