ହାତୀ ଉପରୁ ତଳେ ପଡ଼ିଲେ ବାବା ରାମଦେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଥୁରାର ରମଣରେତୀ ଆଶ୍ରମରେ ବାବା ସନ୍ଥମାନଙ୍କୁ ଯୋଗ ଶିଖାଇବା ବେଳେ ହାତୀ ଉପରୁ ତଳେ ପଡ଼ିଗଲେ ଯୋଗ ଗୁରୁ ବାବା ରାମଦେବ । ସୌଭାଗ୍ୟ ବଶତଃ ତାଙ୍କୁ ଆଘାତ ଲାଗିନାହଁ । ମାତ୍ର ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ସୋମବାର ଶରଣାନନନ୍ଦ ମହାରାଜଙ୍କ ଆଶ୍ରମ​‌ରେ ସନ୍ଥଙ୍କୁ ଯୋଗ ଶିଖାଉ ଥିଲେ । ମଞ୍ଚ ଉପରେ ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ବାବା ରାମଦେବ ହାତୀ ଉପରେ ଯୋଗ ଆସନ କରିଥିଲେ । ମାତ୍ର ହାତୀଟି ହଲିଯିବାରୁ ବାବା ସନ୍ତୁଳନ ରକ୍ଷା କରି ନ ପାରି ପଡ଼ିଯାଇଥିଲେ ।

Sikhsya
Barta

Leave A Reply

Your email address will not be published.