ଠିକ୍ ସମୟରେ ଠିକ୍ କଥା କହିବି

ଗତକାଲି ଓଡିଶା ଫେରିବା ପରେ ୨ଦିନ ପରେ ନିଜ ମତ ଗଣମାଧ୍ୟମରେ ରଖିବେ ବୋଲି କହିଥିବାବେଳେ ଆଜି ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କହିଛନ୍ତି ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’ ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଗଣମାଧ୍ୟମମାନଙ୍କ ପକ୍ଷରୁ ଥାନାକୁ ଯିବାର ଅଛି କି ପ୍ରଶ୍ନରେ ଅପରାଜିତା କହିଥିଲେ, ‘ଆଜି କୁଆଡ଼େ ଯିବାର ନାହିଁ। ଆମ ଉଭୟଙ୍କ ଦେହ ଭଲ ନାହିଁ।’
ତେବେ ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପତ୍ନୀ ତୃପ୍ତି ଶତପଥୀଙ୍କ ଏତଲା ଆଧାରରେ ପରୋକ୍ଷରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ଅନ୍ୟପକ୍ଷେ, ବାବୁସାନଙ୍କୁ ବି ନୋଟିସ୍ କରିଛି ଖାରବେଳନଗର ପୋଲିସ। ଏହି ମାମଲାରେ ଆଜି ପୋଲିସ୍ ବାବୁସାନଙ୍କୁ ଜେରା କରିବାର ଥିଲା। ହେଲେ ତାଙ୍କ ଦେହ ଭଲ ନଥିବାରୁ ଆଜି ସେ କୁଆଡ଼େ ଯିବେ ନାହିଁ ବୋଲି ମା’ ଅପରାଜିତା କହିଛନ୍ତି।