ଓଡିଶା ଫେରିଲେ ବାବୁଶାନ

ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେ ଅଭିନେତା ବାବୁଶାନ ମହାନ୍ତି । ଆଜି ବାବୁଶାନ ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି । ସେ, ତାଙ୍କ ସ୍ତ୍ରୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କ’ଣ କହିବେ ସେନେଇ ସମସ୍ତେ ଅପେକ୍ଷା କରିଥିବା ବେଳେ ଏ ବାବଦରେ ଗଣମାଧ୍ୟମ ଆଗରେ ବାବୁଶାନ କିଛି କହିନାହାନ୍ତି । ପ୍ରଥମେ ମୋ ବାପାମାଆ ପାଖକୁ ଯିବାକୁ ଦିଅନ୍ତୁ ବୋଲି କହି ଭୁବନେଶ୍ବର ବିମାନ ବନ୍ଦରରୁ ନିଜ ଘର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ବାବୁଶାନଙ୍କୁ ପଚରାଉଚରା କରିପାରେ ପୋଲିସ ।
ତେବେ ତାଙ୍କ ଘଟଣାକୁ ନେଇ ଲାଗିରହିଥିବା ବିବାଦକୁ ନେଇ କ’ଣ କହିବେ ସେ ନେଇ ସମସ୍ତଙ୍କ ମନରେ ଲାଗିରହିଛି ପ୍ରଶ୍ନ ? ଯାହାର ଉତ୍ତର ଏବେ ନିଜେ ବାବୁଶାନ ଦେବେ।