କ୍ଷମା ମାଗିଲେ ବାବୁସାନ

0

ପାରିବାରିକ ବିବାଦ ପରେ ଆଜି ଏକ ନୂଆ ଭିଡ଼ିଓ ଜାରି କରିଛନ୍ତି ଓଲିଉଡ଼ ଅଭିନେତା ବାବୁସାନ ମହାନ୍ତି । ଏହି ଭିଡିଓରେ ସେ ଓଡିଶାବାସୀଙ୍କୁ ଭୁଲ ମଂଜିଛନ୍ତି । ଏକ ୩୭ ସେକେଣ୍ଡର ଭିଡିଓ ଜାରି କରି କିଛି ଦିନ ତଳେ ହୋଇଥିବା ଘଟଣାର ଭୁଲ ମାଗିଛନ୍ତି। ଏହାସହ ତାଙ୍କ ପତ୍ନୀ ଓ ପରିବାରର କିଛି କ୍ଷତି ହେବାକୁ ଦେବିନେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଭିଡ଼ିଓରେ ବାବୁସାନ କହିଛନ୍ତି, “କିଛି ଦିନ ତଳେ ଯେଉଁ ଘଟଣାଟି ହୋଇଥିଲା, ତାହାକୁ ନେଇ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଲିତ ଶତପଥୀଙ୍କୁ ମଧ୍ୟ ଭୁଲ ମାଗୁଛି। ଏପରିକି ମୋ ପତ୍ନୀ ଓ ଶ୍ବଶୁରଙ୍କ ନାଁରେ ଏକ କେସ ହୋଇଥିଲା। ଯେଉଁଥି ପାଇଁ ମୋ ପରିବାର ବହୁତ କଷ୍ଟ ପାଇଲେ। ଏଭଳି ଭୁଲ ଆଉ କେବେ ହେବ ନାହିଁ ।”

ସୂଚନା ଥାଉକି, ଜୁଲାଇ ୨୩ରେ ଅଭିନେତ୍ରୀ ପ୍ରକୃତି, ବାବୁସାନ ଓ ତୃପ୍ତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ପ୍ରକୃତି ମିଶ୍ର ଓ ବାବୁସାନଙ୍କୁ ପତ୍ନୀ ତୃପ୍ତି ଏକାଠି ଏକ କାରରେ ଯାଉଥିବା ସମୟରେ ଅଟକାଇଥିଲେ ଏବଂ ଉଭୟଙ୍କୁ ଟଣାଓଟରା କରିଥିଲେ । ପ୍ରକୃତିଙ୍କ ପାଇଁ ସେମାନଙ୍କ ପାରିବାରିକ ସମ୍ପର୍କ ଖରାପ ହୋଇଥିବା ଅଭିଯୋଗ ହୋଇଥିଲା ।

SOA post below
Leave a comment