ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ୫ କୋଟିର ମାନହାନୀ ମକଦ୍ଦମା ରୁଜୁ କଲେ ପ୍ରକୃତି

ଗତକାଲି ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲାବେଳେ ଆଜି ସେ ଭୁବନେଶ୍ୱର କୋର୍ଟରେ ପହଞ୍ଚି ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ସେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ, ଶ୍ୱଶୁର ଲଳିତ ଶତପଥୀ ଏବଂ ୟୁଟ୍ୟୁବ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି।
ପ୍ରକାଶ ଯେ, ଜୁଲାଇ ମାସ ୨୩ ତାରିଖରେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ପତ୍ନୀ ତୃପ୍ତିଙ୍କୁ ଏକ ଭିଡିଓ ଭାଇରଲ ହୋଇଥିଲା। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା।