ଥାନାରେ ବାବୁଶାନ

0

ଥାନାରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁଶାନ ମହାନ୍ତି । ନିଜ ମା’ଙ୍କ ସହ ବାବୁଶାନ ଯାଇ ଥାନାରେ ପହଞ୍ଚିଛନ୍ତି। ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଆଜି ଖାରବେଳନଗର ଥାନାରେ ପହଞ୍ଚିଛନ୍ତି ବାବୁଶାନ ।

ଗତ ଶନିବାର ସତ୍ୟନଗରରେ ଘଟିଥିବା ଷ୍ଟାର ଘର କଳି ମାମଲା ଖାରବେଳ ନଗର ଥାନାରେ ପହଞ୍ଚିଥିଲା। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବାପାମା’ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଶାଶୁ ଅପରାଜିତାଙ୍କ ସହିତ ତୃପ୍ତି ସେହି ଥାନାରେ ପହଞ୍ଚି ପ୍ରକୃତି ଓ ବାବୁଶାନଙ୍କ ନାଁରେ ଅଭିଯୋଗ ଦାଏର କରିଥିଲେ।

SOA post below
Leave a comment