ଆଜି ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ

0

ଆଜି ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠିଛି । ମେରି ଖ୍ରୀଷ୍ଟମାସ୍‌ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।  ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବହୁ ଧୁମଧାମରେ ପାଳନ କରାହେଉଛି ଖ୍ରୀଷ୍ଟମାସ୍‌ । ସାରା ଦେଶରେ ବଡ ଦିନ ପାଳନର ଧୁମ୍‌ ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚ ସଜେଇ ହୋଇଛି । ଚର୍ଚ୍ଚ ପରିସରରେ ଶୋଭାପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ । ଝଲସୁଛି ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ । ମଧ୍ୟରାତ୍ରି ଯାଏଁ ଚାଲିଥିଲା ସମବେତ ସଙ୍ଗୀତ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ । ଏହାପରେ ଆରମ୍ଭ ହୋଇଯାଇଛି ଶୁଭେଚ୍ଛାର ପର୍ବ । ଖ୍ରୀଷ୍ଟମାସ୍‌କୁ ନେଇ ଚାରିଆଡେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.