ପୁଣି ମଧ୍ୟମରୁ ଚମକିବେ ବାଦଲ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମଧ୍ୟମରୁ ଦୁଇ ଦୁଇ ଥର ବିଜୟୀ ହୋଇଥିଲେ ବିଜେଡି ବିଧାୟକ ବିଜୟ କୁମାର ମହାନ୍ତି । ବାଦଲ ମହାନ୍ତି ଭାବରେ ସେ ସମସ୍ତଙ୍କ ଠାରେ ପରିଚିତ । ସେ ନିଜ ନିରାଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ଓ ସାଙ୍ଗଠନିକ ଦକ୍ଷତା ପାଇଁ ନିଜ ଅଞ୍ଚଳର ଲୋକଙ୍କର ଖୁବ ପ୍ରିୟ ନେତା । ଦୀର୍ଘ ୧୦ ବର୍ଷ ବିଧାୟକ ରହି ମଧ୍ୟ କୌଣସି ବିବାଦରେ ସେ ଛନ୍ଦି ହୋଇନାହାନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୂଡ଼ ଲିଷ୍ଟରେ ବିଜୟ ସ୍ଥାନ ପାଇପାରିଛନ୍ତି । ବିଜୟଙ୍କ ଯୁବ ସଙ୍ଗଠନ ଖୁବ ମଜଭୁତ ତେଣୁ ସେ ବାଦଲ ଭାଇ ଭାବରେ ରାଜଧାନୀର ଗଳିକନ୍ଦିରେ ପରିଚିତ । ବିଜୟ ନିଜ ଅଞ୍ଚଳର ଉର୍ଣ୍ଣତ୍ତିମୂଳକ କାର୍ଯ୍ୟରେ ଖୁବ ତତ୍ପର । ନିଜ ଅଞ୍ଚଳର କାମକୁ ବିଜୟ ପରିଦର୍ଶନ କରିବା ସହ ଏହାର ତଦାରଖ ମଧ୍ୟ କରିଥାନ୍ତି । ତେଣୁ ଜଣେ କର୍ତ୍ତବ୍ୟନିଷ୍ଟ ନେତା ଭାବରେ ବିଜୟ ଜନମାନସରେ ନିଜର ଏକ ଛବି ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ବସ୍ତି ବାସିନ୍ଦାଙ୍କ ମସିହା ଭାବେ ପରିଚିତ ବିଜୟ ମହାନ୍ତିଙ୍କୁ ସେମାନେ ଛାଡିବାକୁ ନାରାଜ । ତେଣୁ ଏଥର ମଧ୍ୟ ବିଜୟଙ୍କୁ ପୁନର୍ବାର ମଧ୍ୟମରୁ ଟିକେଟ ଦେବାକୁ ଦାବି କରୁଛନ୍ତି ଭୁବନେଶ୍ୱର ମଧ୍ୟମ ବାସିନ୍ଧା ।

ସୂଚନା ଅନୁଯାୟୀ, ବିଜେଡିରେ ନିଷ୍ଠାପର ଭାବେ କାମକରୁଥିବା କର୍ମୀମାନଙ୍କ ମଧ୍ୟରୁ ବିଜୟ ମହାନ୍ତି ଅନ୍ୟତମ । ଟିକେଟ ଆଶା ସେ କେବେ କାର୍ଯ୍ୟ କରିନଥିଲେ କିନ୍ତୁ ତାଙ୍କର ନିଷ୍ଠାପର କର୍ମ ହିଁ ନବୀନ ପଟ୍ଟନାୟକଙ୍କୁ ବାଧ୍ୟ କରିଥିଲେ ଟିକେଟ ଦେବାପାଇଁ । ସେ କୌଣସି ଲବିରେ ନଥାଇ ମଧ୍ୟ ୨୦୧୪ରେ ତାଙ୍କର ନିଷ୍ଠାପରତା ଯୋଗୁଁ ସେ ଟିକେଟ ପାଇଥିଲେ ।ସାଧାରଣତଃ ବିଧାୟକ ବା ଏମ.ପି ହେଲେ ତାଙ୍କ ନାମରେ ବହୁତ ମାମଲା ଥାଏ । କିନ୍ତୁ ଭୁବନେଶ୍ୱର ମଧ୍ୟମ ବିଧାୟକ ଜଣେ ଶାନ୍ତ ସରଳ ବ୍ୟକ୍ତି । ତେଣୁ ବିଜୟ ଦୁଇଦୁଇଥର ବିଧାୟକ ହୋଇମଧ୍ୟ ତାଙ୍କ ନାଁରେ କୌଣସି ମାମଲା ନାହିଁ ।

Leave A Reply

Your email address will not be published.