ଗିରଫ ହେଲେ କୋଟିପତି ଭିକାରୁଣୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ କୋଟିପତି ଭିକାରୁଣୀ । ନଫିସା ନାମକ ୫୭ ବର୍ଷୀୟା ବୃଦ୍ଧା ହ୍ବିଲ୍‌ ଚେୟାରରେ ବସି ଭିକ ମାଗି ବ୍ୟାଙ୍କରେ ଜମା କରିଥିଲେ ଦେଢ଼କୋଟି ଟଙ୍କା । ଏହା ସହ ସେ ୫ଟି ଦୋକାନର ମାଲିକାଣୀ ମଧ୍ୟ ଥିଲେ। ସେ ଧରା ପଡିବା ପରେ ଇଜିପ୍ଟର ପୋଲିସ ନଫିସାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଇଜିପ୍ଟର ୫୭ ବର୍ଷୀୟା ନଫିସା ହ୍ବିଲ୍‌ ଚେୟାରରେ ବସି ଭିକ ମାଗୁଥିଲେ । ସେ ବିଭିନ୍ନ ସହରରେ ଭିକ୍ଷାବୃତ୍ତି କରି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଏକ କୋଟି ୪୨ ଲକ୍ଷ ଟଙ୍କା ଜମା କରିଥିଲେ । ଏହାସହ ସେ ୫ଟି ଦୋକାନର ମାଲିକାଣୀ ବି ଥିଲେ । ନଫିସାର କଳା କାରନାମା ତାର ଛୋଟା ହେବାର ଅଭିନୟ ଧରାପଡ଼ିବା ପରେ ଜଣାପଡ଼ିଲା । ନଫିସା ନିଜ ଗୋଡ଼ରେ ଚାଲୁଥିବା ଦେଖିବା ପରେ ଜଣେ ଲୋକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ କହିଥିଲେ । ପୋଲିସ ସେଠାରେ ପହଞ୍ଚି ଯାଞ୍ଚ କରିବାରୁ ସବୁ ସତ ଜଣାପଡ଼ିଥିଲା। ଏବେ ପୋଲିସ ଭିକାରୁଣୀକୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.