ବୈଜୟନ୍ତ କାଲି ବିଜେପିରେ ମିଶିବେ ! ଖବର ନାହିଁ ତାଙ୍କ ଅଫିସରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ଓଡ଼ିଶା ରାଜନୈତିକ ମହଲରେ ପ୍ରଚାର ହୋଇଥିଲା ବୈଜୟନ୍ତ ପଣ୍ଡା ବିଜେପିରେ ସୋମବାର ଯୋଗଦେବେ । କିନ୍ତୁ ଖବର ନେବାବେଳକୁ ବୈଜୟନ୍ତଙ୍କ ଦିଲ୍ଲୀ ଅଫିସ କିମ୍ବା ଭୁବନେଶ୍ୱର ଅଫିସ କାହାପାଖରେ ଏସମ୍ପର୍କରେ କୌଣସି ଖବର ନାହିଁ ବୋଲି ସେମାନେ ଖୋଲାଖୋଲି ମନାକରି ଦେଇଥିଲେ । ଏକଥା ଜାଣି ବୈଜୟନ୍ତଙ୍କ ନିଜ ଲୋକବି ହସିଥିଲେ । କିଛି ସମୟ ପାଇଁ ହେଉ ପଛେ ବୈଜୟନ୍ତ ବିଜେପିରେ ମିଶିବା ଖବର କିଛି ଗଣମାଧ୍ୟମକୁ ଖୋରାଗ ଯୋଗାଇବା ସହ ରାଜନୈତିକ ମହଲ ଓ ସାଧାରଣରେ ଏହା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.