ବୈପାରିଗୁଡାରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ପ୍ରସମନ ଦିବସ ପାଳିତ

0

ଓଡ଼ିଶା ଫାଷ୍ଟ(ସରୋଜ କୁମାର ଲେଙ୍କା): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି ସଭାଗୃହ ଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରସମନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବିସତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଆଜିର ଦିବସରେ କାର୍ଯ୍ୟକ୍ରମର ପ୍ରାରମ୍ଭରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ଥାନା ଅଧିକାରୀ ଡ଼ିଏସପି ଅଂଶୁମାନ ଦ୍ବିବେଦୀ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଜି.ସୀତା କୁମାରୀଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ପରେ ପରେ ବୈପାରିଗୁଡା ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ୍ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.