ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣା: ପ୍ରତିକ୍ରିୟା ଦେଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ବହୁ ଚର୍ଚ୍ଚିତ ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣାରେ ପୂର୍ବତନ ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା ବହୁମୂଲ୍ୟ ପ୍ରତକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଅସଲି ଏନକାଉଣ୍ଟର ଏବଂ ଏଥିରେ କୌଣସି ସନ୍ଦେହର ସ୍ଥାନ ନାହିଁ । ତାଙ୍କ ଅନୁସାରେ ଯେତେବେଳେ ୮ଜଣ ପୋଲିସ ସହିଦ ହୋଇଥିଲେ, ସେତେବେଳେ କୌଣସି ମାନବାଧିକାର କର୍ମୀ ଆଗକୁ ଆସିବାର ସାହସ ଜୁଟାଇ ପାରିନଥିଲେ । କିନ୍ତୁ ଯେତେବେଳେ ପୋଲିସ କିଛି ଭଲ କାମ କରେ, କିଛି ଲୋକ ସେନେଇ ପ୍ରଶ୍ନ ଉଠାଇ ଶସ୍ତା ରାଜନୀତି କରିବାକୁ ପସନ୍ଦ କରିଥାନ୍ତି । ଏହା ହେଉଛି ଆଉ ଦେଶର କିଛି ଲୋକଙ୍କର ବିଚିତ୍ର ନୀତି । ଯେତେବେଳେ ବର୍ଷାରେ ମଧ୍ୟପ୍ରଦେଶରୁ ୧୩ ରୁ ୧୪ଘଣ୍ଟା ଜଣେ ଡ୍ରାଇଭର ଗାଡି ଚଳେଇ ଆସୁଛି, ତାକୁ ନିଶ୍ଚୟ ଥକ୍କା ଅନୁଭବ ହୋଇଥିବ । ଫଳସ୍ୱରୂପ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେଲାବେଳେ ଅପରାଧୀ ଖସି ଯିବାକୁ ନିଶ୍ଚୟ ଚେଷ୍ଟା କରିଥିବ । ଏଥିପାଇଁ ପୋଲିସ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଏନ୍‌କାଉଣ୍ଟର କରିଛି । ଏଣୁ ଏହା ଉପରେ ପ୍ରଶ୍ନ ଉଠାଇ ହୀନ ରାଜନୀତି କରିବାରୁ ବିରତ ରହିବା ଉଚିତ୍‌ ବୋଲି କହିଛନ୍ତି ପୂର୍ବତନ ଏକାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା । ଏଠାରେ ଜାଣିବା ବିଧେୟ ଯେ, ପ୍ରଦୀପ ଶର୍ମା ନିଜର ୩୫ବର୍ଷର ଚାକିରୀ କାଳରେ ଦେଶର ଅନ୍ୟତମ ପ୍ରସିଦ୍ଧ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ହେବାର ଗୌରବ ଲାଭ କରିଥିଲେ । ସେ କେବଳ ମୁମ୍ୱାଇରେ ୧୫୦ରୁ ଅଧିକ ଏନ୍‌କାଉଣ୍ଟର କରି ଅପରାଧୀମାନଙ୍କ ପାଇଁ ଯମଦୂତ ସାଜିଥିଲେ ।

Leave A Reply

Your email address will not be published.