ମନ୍ଦିର ବେଢ଼ାରେ କୁକୁର ବୁଲାଇବା ପଡିଲା ମହଙ୍ଗା : ମାମଲା ରୁଜୁ କଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୁଣା ଭୁବନେଶ୍ୱର ବଣିଆ ସାହି ସ୍ଥିତ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ନିଜ ପୋଷା କୁକୁରକୁ ବୁଲାଇ ହରଡ଼ଘଣାରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଓୟୁପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।
ସୂଚନା ଯୋଗ୍ୟ ଯେ, ତୋଫାନ ସାମନ୍ତରାୟ ସକାଳୁ ସକାଳୁ ନିଜ ପୋଷା କୁକରକୁ ମନ୍ଦିର ପ୍ରାଙ୍ଗଣରେ ବୁଲାଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବ୍ୟକ୍ତି ଜଣଙ୍କ ଗାମୁଛା ପିନ୍ଧି କଳା ରଙ୍ଗର ପୋଷା କୁକୁରକୁ ମଳ ତ୍ୟାଗ କରାଇବା ପାଇଁ ମନ୍ଦିର ବେଢ଼ାକୁ ଆଣିଥିବା ଜଣାପଡ଼ୁଥିଲା। ମୋବାଇଲରୁ ମୋବାଇଲକୁ ଏହି ଫଟୋ ଘୁରିବୁଲିଥିଲେ। ଲୋକେ ଏହି ଫଟୋକୁ ନିଜ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଘଟଣାକୁ ନିନ୍ଦା କରିଥିଲା। ଏହି ଫଟୋଟି କମିଶନରେଟ୍ ପୋଲିସର ମଧ୍ୟ ନଜରକୁ ଆସିଥିଲା। ଏହା ପରେ ପୋଲିସ କମିଶନ ଡ.ସୁଧାଂଶୁ ଷଡ଼ଙ୍ଗୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବଂ ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ମାମଲା ରୁଜୁ କରିଛି ପୋଲିସ। ଏ ନେଇ ସୋସିଆଲ୍ ମିଡିଆ ଯୋଗେ ପୋଲିସ ପକ୍ଷରୁ ସୂଚିତ କରାଯାଇଛି । ଏଥିସହିତ ପୋଷା ଜୀବଜନ୍ତୁଙ୍କୁ ବୁଲାଇଲା ବେଳେ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି ପୋଲିସ।

Leave A Reply

Your email address will not be published.