ବାଲାକୋଟରେ ଏୟାର ଷ୍ଟ୍ରାଇକ୍: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବାୟୁସେନା ପିଓକେର ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୩୦୦ରୁ ୩୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏହି ସଂଖ୍ୟା କେତେଦୂର ସତ୍ୟ ତାହାକୁ ନେଇ ଏବେ ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଇଛନ୍ତି ।

ଅପରପକ୍ଷରେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଏସ୍‌.ଏସ୍‌. ଆଲୁଓ୍ବାଲିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଛି  ରାଜନୀତି । କେତେ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି ତା’ର ପ୍ରମାଣ ପ୍ରଧାନମନ୍ତ୍ରୀ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଗଣମାଧ୍ୟମରେ ପ୍ରକାଶିତ ସଂଖ୍ୟା ଭୁଲ୍‌ ଓ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କେବେ କହିନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିସାରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରକୃତ ସତ୍ୟ ଜଣାନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁର୍ଜଓ୍ବୋଲା ଟୁଇଟ୍‌ କରିଛନ୍ତି । ବାଲାକୋଟ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କର କୌଣସି କ୍ଷତି ହୋଇ ନ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡିକ ପ୍ରକାଶ କରିଥିବାରୁ ଜେଇଏମ୍‌ର ସବୁଠୁ ବଡ଼ ଶିବିର ଧ୍ୱଂସ ହୋଇଥିବାର ପ୍ରମାଣ ସରକାର ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଏବଂ କପିଲ ସିବଲ ଦାବି କରିଛନ୍ତି । ଆମେ ସରକାରଙ୍କୁ ବିଶ୍ୱାସ କରିବାକୁ ପ୍ରସ୍ତୁତ । କିନ୍ତୁ ବିଶ୍ୱ ସମୁଦାୟକୁ ବିଶ୍ୱାସ ଦେବା ଲାଗି କେନ୍ଦ୍ର ଉଦ୍ୟମ କରୁ ବୋଲି କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି ।

ସେହିପରି ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ବାୟୁସେନାର କାମ । କେତେଜଣ ଆତଙ୍କବାଦୀ ମଲେ ତାହା ଗଣିବା ନୁହେଁ । ଆତଙ୍କବାଦୀ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବା ସରକାରଙ୍କ ଦାୟିତ୍ୱ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

Leave A Reply

Your email address will not be published.