ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ କୁସୁମାପଡାରେ ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି । ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହ ଗୁଡିକ ଘର ଭିତରେ ପଡିଥିବା ବେଳେ ଠାବ ହୋଇଥିଲା । ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଥିବାବେଳେ ଘଟଣା ସ୍ଥଳରୁ ମରଣାସ୍ତ୍ର ଜବତ ହୋଇଛି ।
୬ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.