ଗୋଟିଏ ରାତି ପାଇଁ ବିଜେଡ଼ି ରୁ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ‘ଶୁଭା କା ଭୁଲା ଅଗର ସାମକୋ ଲୋଟ ଆଏ ତୋ ଉସେ ଭୁଲା ନହିଁ କହତେ’ । ଏମିତି କିଛି ଦେଖିବାକୁ ମିଳିଛି ବାଲେଶ୍ଵର ରାଜନୀତିରେ । ଗତ ଦୁଇଦିନ ତଳେ ବାଲେଶ୍ଵର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ ବିଜେଡ଼ି ଛାଡି ବିଜେପିରେ ଯୋଗଦାନ କରିଥିଲେ । ହେଲେ ବିଜେପି ଓ ତାଙ୍କ ସମ୍ପର୍କ ଗୋଟେ ରାତି ମଧ୍ୟ ତିଷ୍ଠି ପାରିଲା ନାହିଁ । ନାରାୟଣ ପ୍ରଧାନ ତା’ ପରଦିନ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ବାଲେଶ୍ଵର ରାଜନୀତି ସରଗରମ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ପ୍ରମୁଖ ଦଳରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି । କିଏ ବିଜେପି ଛାଡି ବିଜେଡ଼ିରେ ଯୋଗଦେଲାଣି ତ ଆଉ କିଏ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେଲାଣି । ଏହି ସମସ୍ତ ମଧ୍ୟରେ ବାଲେଶ୍ଵରରେ କଂଗ୍ରେସ ନାରାୟଣ ପ୍ରଧାନଙ୍କୁ ନିଜ ଦଳରେ ସାମିଲ କରିବାକୁ ଅନେକ ପ୍ରୟାସ କରିଥିଲା । ଏପରିକି ତାଙ୍କୁ ଦଳ ତରଫରୁ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ହଠାତ ସବୁ ସମିକରଣ ବଦଳିଗଲା ନାରାୟଣ କଂଗ୍ରେସରେ ଯୋଗଦେବା ବଦଳରେ ବିଜେପିରେ ଯୋଗଦାନ କଲେ । କିନ୍ତୁ ଏ ସମ୍ପର୍କ ତିଷ୍ଠି ପାରିଲା ନାହିଁ । ନାରାୟଣ ପୁନର୍ବାର ନିଜ ଦଳ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Sikhsya
Barta

Leave A Reply

Your email address will not be published.