ବାଲେଶ୍ଵରରୁ ବିଜେଡ଼ି ପ୍ରାର୍ଥୀ ହେବେ ସୁବସିନୀ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶା ରାଜନୀତି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବାଜିମାତ କରିବାକୁ ପ୍ରସ୍ତୁତ ହେଲେଣି । ବାଲେଶ୍ଵର ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ, ବିଜେପି ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ରକୁ ପ୍ରାର୍ଥୀ କରିବାକୁ ମନସ୍ଥ କରିଥିବା ବେଳେ ବିଜେଡି ଦ୍ଵନ୍ଦରେ ଥିଲା । ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କ ନାଁ କୁ ସମ୍ମତି ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ନିଜ ଗଡ଼ ହରାଇଥିବା ବିଜେଡି ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ପ୍ରୟାସ ଆରମ୍ଭ କଲେଣି । ଏହି ଉପନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଖୁଵ ଜୋରରେ ଚର୍ଚ୍ଚା ଚାଲିଥିଲା ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ବିଜେଡ଼ି ଛାଡି ବିଜେପିରେ ଯୋଗଦେବେ । କିନ୍ତୁ ବିଜେଡି ଯଦି ସୁବସିନୀ ଜେନାଙ୍କୁ ବାଲେଶ୍ଵରରୁ ପ୍ରାର୍ଥୀ କରେ ତେବେ ଶ୍ରୀ ଜେନାଙ୍କ ଭୋଟ ବ୍ୟାଙ୍କ ବିଜେଡି ଖାତାରେ ରହିବ । ଯାହାକି ବିଜେଡ଼ିକୁ ନିଜ ଗଡ଼ ଫେରିପାଇବାରେ ସାହାଯ୍ୟ କରିବ । ସେହିପରି ଏହି ରେସରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ।

Leave A Reply

Your email address will not be published.