ବାଲେଶ୍ଵର ଉପନିର୍ବାଚନ, ପ୍ରାର୍ଥୀ ହେବେ ଅରିନ୍ଦମ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ବାଲେଶ୍ଵର ଉପନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବାଜିମାତ କରିବାକୁ ପ୍ରସ୍ତୁତ ହେଲେଣି । ୨୦୧୯ ସାଧାରଣ ନିର୍ବାଚନରେ ନିଜ ଗଡ଼ ହରାଇଥିବା ବିଜେଡି, ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ପ୍ରୟାସ ଆରମ୍ଭ କଲେଣି । ଏହି ବାଲେଶ୍ୱର ବିଧାୟକ ଆସନ ପାଇଁ ଓଡ଼ିଆ ଫିଲ୍ମର ହିରୋ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଭେଣେଇ ଅରିନ୍ଦମଙ୍କ ନାଁ ବିଜେଡି ଅଗଧାଡ଼ିର କିଛି ନେତା ନିର୍ଦ୍ଧାରିତ କରିସାରିଲେଣି । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପି ପକ୍ଷରୁ ସ୍ବର୍ଗତ ମଦନ ମୋହନଙ୍କ ପତ୍ନୀ କିମ୍ବା ତାଙ୍କ ସୁପୁତ୍ରକୁ ପ୍ରାର୍ଥୀ କରାଯିବା ସ୍ପଷ୍ଟ ହୋଇଛି ।

ସେହିପରି ଏହି ରେସରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କ ନାଁ ଏହି ପ୍ରାର୍ଥୀ ତାଲିକାରେ ରହିଛି । ଦେଖିବାକୁ ବାକି ରହିଲା ବାଲେଶ୍ଵରରୁ ବିଜେଡ଼ି କାହାକୁ ନିଜର ପ୍ରାର୍ଥୀ କରୁଛି ।

Leave A Reply

Your email address will not be published.