ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଡ଼ଭଙ୍ଗା ଶୀତରୁ ଦାଉରୁ ରକ୍ଷା ପାଇବା ପାଇଁ ଗତ ରାତିରେ କତେରିଭଟା ଗାଁର ନିଳାମ୍ବର ମଲ୍ଲିକଙ୍କ ସ୍ତ୍ରୀ ଫୁଲ ମଲ୍ଲିକ ଘରେ ନିଆଁ ଜାଳି ଏକ ଦଉଡ଼ିଆ ଖଟରେ ଶୋଇଥିଲେ। ବିଳମ୍ବିତ ରାତିରେ କୌଣସି ପ୍ରକାରେ ଘରେଥିବା ଆସବାବପତ୍ରରେ ନିଆଁ ଲାଗି ଘର ଜଳି ଯାଇଥିଲା । ସେହି ନିଆଁରେ ଫୁଲ ଜିଅଁନ୍ତା ଜଳି ଯାଇଥିବା ଜଣାପଡ଼ିଛି । ପରିବାର ଲୋକେ ଫୁଲଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିଥିଲେ । ସେପଟେ ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଫୁଲଙ୍କ ଦରପୋଡ଼ା ଶବକୁ ଉଦ୍ଧାର କରିଥିଲେ । ବାଲିଗୁଡ଼ା ପୁଲିସ ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।
