ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶବ୍ୟାପୀ ଦୋକାନବଜାର ବନ୍ଦ

0

କଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୫ ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ବାନରେ ସୋମବାର ଦେଶବ୍ୟାପୀ ଦୋକାନବଜାର ବନ୍ଦ ଡାକରା ଦିଆଯାଇଛି । କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ, ସୋମବାର ଓଡ଼ିଶା ସମେତ ୧୮ଟି ରାଜ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ଔଷଧ ଏବଂ ପେଟ୍ରୋଲ ଟାଙ୍କିକୁ ବନ୍ଦ ପାଳନରୁ ବାଦ୍‌ ଦିଆଯାଇଛି । ସେହିଭଳି ସଂଘ ପକ୍ଷରୁ ବନ୍ଦ ପାଳନ ବେଳେ ବ୍ୟବସାୟୀମାନେ ସାରା ଦିନ ଉପବାସରେ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବେ ବୋଲି ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ୍‌ ପ୍ରକାଶ କରିିଛନ୍ତି । ତେବେ ଯାନବାହାନ ଚଳାଚଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଦୁଇ ଓଡ଼ିଆ ଶହୀଦଦଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.