ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ସିଇଓ ହେଲେ ଜଣେ ଓଡ଼ିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଅତନୁ କୁମାର ଦାସ ଭୁବନେଶ୍ୱରର ୟୁନିଟ୍‌ ୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଜେବି କଲେଜରେ ପଢ଼ିଥିଲେ। ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମ୍‌ଏ କରିଥିଲେ। । ଶ୍ରୀଯୁକ୍ତ ଦାସ ୨ ଫେବ୍ରୁଆରୀ୨୦୧୭ ମସିହାରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସେ ଦିନ ଠାରୁ ସେ ସେହି ପଦରେ କାର୍ଯ୍ୟ କରୁଥିଲେ ।
ଏକ ସଫଳ କ୍ୟାରିୟର ସହ ଅତନୁ କୁମାର ଦାସ ବ୍ୟାଙ୍କିଙ୍ଗରେ ଯୋଗ ଦେଇଥିଲେ । ସେ ଏପ୍ଲାଇଡ୍‌ ଇକୋନୋମିକ୍ସରେ ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଏବଂ UGCରୁ NET ଧାରୀ । ୧୯୯୪ ମସିହାରେ ସେ ଆଇଆଇଟି ଖଡ଼ଗପୁରରେ ପିଏଚ୍‌ଡି ବେଳେ ଜଣେ ଇକୋନୋମିଷ୍ଟ ଭାବେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ପ୍ରବେଶ କରିଥିଲେ । ତାଙ୍କର ୨୬ ବର୍ଷର ବ୍ୟାଙ୍କିଙ୍ଗ୍‌ ଅଭିଜ୍ଞତା ଭିତରେ ସେ ଉଭୟ ପଲିସ୍‌ ଓ ଅପରେସନାଲ୍‌ ସ୍ତର ଗୁଡ଼ିକର ଦାୟିତ୍ୱ ନେଇଛନ୍ତି। ୨୦୧୫ ଜାନୁଆରୀରେ ସେ ଦିଲ୍ଲୀ ରିଜିଓନାଲର ମୁଖ୍ୟ ପଦରେ ରହିବା ପୂର୍ବରୁ , ସେ ଲକ୍ଷ୍ନୌ ରିଜନର ବିଜୟା ବ୍ୟାଙ୍କରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।

Odisha Film Award

Leave A Reply

Your email address will not be published.