ଖେଳନା ବନ୍ଧୁକରେ ବ୍ୟାଙ୍କ ଲୁଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଡା ସୁରକ୍ଷାବଳୟରେ ଥିବା ରାଜଧାନୀ ଭୁବନେଶ୍ୱରରେ ବ୍ୟାଙ୍କ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦିନଦ୍ୱିପ୍ରହରେ ଇନ୍ଫୋସିଟି ଥାନା କଳାରାହାଙ୍ଗରେ ଥିବା ନନ୍ଦନବିହାର ଆଇଓବି (ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ) ଶାଖାରୁ ସଶସ୍ତ୍ର ଡକାୟତମାନେ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଡିସିପି ଉମାଶଙ୍କର ଦାସଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଖୋଳତାଡ ଆରମ୍ଭ କରିଛନ୍ତି।
ସୋମବାର ଅପରାହ୍ଣ ପ୍ରାୟ ସାଡେ ୩ଟା ବେଳେ ବ୍ୟାଙ୍କରେ ସହକାରୀ ବ୍ୟାଙ୍କ ମ୍ୟାନେଜର ବିଜୟଲକ୍ଷ୍ମୀ ବେହେରା, କ୍ୟାସିୟର ସଙ୍ଗୀତା ଓ ପିଅନ ବୁଲୁ ବହେରା ଥିଲେ। ବ୍ୟାଙ୍କରୁ ଗହଳି କମିବା ପରେ ଅନ୍ୟମାନେ ଖାଇବାକୁ ଯାଇଥିଲେ। ଦୁଇ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଥିଲେ। ସେମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଜଣେ ଯୁବକ ମୁହଁରେ ମାସ୍କ ଓ ମୁଣ୍ଡରେ ହେଲମେଟ୍ ପିନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ।
କମ୍ପ୍ୟୁଟରରେ କାମ କରୁଥିବା ବିଜୟଲକ୍ଷ୍ମୀଙ୍କ ପାଖକୁ ଯାଇଥିଲେ। ସେ କି ସାହାର୍ଯ୍ୟ କରିପାରେ ବୋଲି କହିବା ପରେ ହଠାତ ଅଣ୍ଟାରେ ଖୋସିଥିବା ବନ୍ଧୁକ ବାହାର କରି ନିକଟରେ ଥିବା ପିଅନ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା। ଦୁଇ ମହିଳା କର୍ମଚାରୀଙ୍କୁ ପାଟି ଚୁପ କରିବାକୁ ଧମକ ଦେଇଥିଲେ। ପରେ ସେମାନଙ୍କୁ କ୍ୟାସ କାଉଣ୍ଟର ପାଖକୁ ଯିବାକୁ କହିଥିଲା। ମୁଣ୍ଡରେ ବନ୍ଧୁକ ଲାଗିଥିବାରୁ ପିଅନ ଓ ଦୁଇ ମହିଳା କର୍ମଚାରୀ ସେମାନଙ୍କ କଥାରେ କ୍ୟାସ କାଉଣ୍ଟର ପାଖକୁ ଯାଇଥିଲେ। କାଉଣ୍ଟରରେ ଥିବା ସବୁତକ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ସେମାନେ ନେଇ ଯାଇଥିଲେ। ଏପରିକି ବାହାରକୁ ବାହାରିଲେ ଗୁଳିକରି ଦେବେ ବୋଲି ଧମକ ଦେଇଥିଲେ।
ମାତ୍ର ୬ ମିନିଟ ଭିତରେ ସେମାନେ ବ୍ୟାଙ୍କରୁ ଲୁଟ କରି ପଳାଇ ଆସିଥିଲା। ଏହି ସମୟରେ ବାହାରେ ଏକ ଧଳା ରଙ୍ଗର ସ୍କୁଟିରେ ଅପେକ୍ଷା କରିଥିବା ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଥିଲେ। ଘଟଣା ଜଣାପଡିବା ପରେ ଡିସିପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାର ଛାନଭିନ ଆରମ୍ଭ କରିଥିଲେ।

Leave A Reply

Your email address will not be published.