ବାରବାଟୀରେ କମାଲ ଦେଖାଇବେ ଲିଜେଣ୍ଡ ଖେଳାଳି; ୧୬ ରୁ ଆରମ୍ଭ ହେବ ମ୍ୟାଚ

ସେପ୍ଟେମ୍ବର ୧୬ ରୁ ଅକ୍ଟୋବର ୮ ଯାଏ ଭାରତର ବିଭିନ୍ନ ସହରରେ ଖେଳାଯିବ ଲିଜେଣ୍ଡସ ଲିଗ କ୍ରିକେଟର ଦ୍ଵିତୀୟ ସିଜିନ। ସେହିପରି ସେପ୍ଟେମ୍ବର ୨୬, ୨୭ ଏବଂ ୨୯ ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଲିଜେଣ୍ଡ ଲିଗ କ୍ରିକେଟର ତିନୋଟି ଲିଗ ମ୍ୟାଚ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି।
ପ୍ରଥମ ସିଜିନ ଓମାନରେ ସଫଳତା ସହ ଆୟୋଜନ ପରେ ଚଳିତ ବର୍ଷ ଏହା ଭାରତରେ ଆୟୋଜନ ହେବ।
ଏଥିରେ ଭାରତର ୨୫ ଜଣ ଲିଜେଣ୍ଡ ଖେଳାଳିଙ୍କ ସମେତ ବିଦେଶର ବହୁ ଲିଜେଣ୍ଡ ମଧ୍ୟ ନଜର ଆସିବେ। ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଅମ୍ବାସାଡର ରହିଛନ୍ତି ବଲିଉଡ ଲିଜେଣ୍ଡ ଅଭିନେତା ଅମିତାଭ ବଚନ। କମିଶନର ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ। ଟୁର୍ଣ୍ଣାମେଣ୍ଟରେ ୪ ଟି ଦଳକୁ ନେଇ ୧୫ ଟି ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨୫ରୁ ଓଡିଶାରେ ପହଞ୍ଚିବା ଆରମ୍ଭ କରିବେ ଖେଳାଳି । ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୪ କୋଟି ରହିଛି। ବିଜେତା ଦଳକୁ ୨.୫ କୋଟି। ଉପବିଜେତାକୁ ୧ କୋଟି କ୍ୟାସ ପ୍ରାଇଜ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ସହ ମହିଳା ସଶକ୍ତିକରଣର ବାର୍ତ୍ତା ଦିଆଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚର ଟିକେଟ ବୁକ୍ ମାଇ ସୋରେ ଉପଲବ୍ଧ ରହିଛି ବୋଲି ଲିଜେଣ୍ଡ ଲିଗ କ୍ରିକେଟ ସିଇଓ ରମନ ରେହେଜା କହିଛନ୍ତି ।