ଆଜିଠୁ ବରଗଡରେ କଂସ ଶାସନ, ଉତ୍ସବ ମୁଖର ସାରା ସହର

0

ଓଡିଶା ଫାଷ୍ଟ( ବ୍ୟୁରୋ ) : ଆଜିଠାରୁ ଆରମ୍ଭ ହେବ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।  ଜାନୁଆରୀ 10 ତାରିଖ  ଯାଏ ଚାଲିବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ।  ନବବର୍ଷ ଏବଂ ଧନୁଯାତ୍ରାକୁ ନେଇ ବରଗଡ଼ ସହର ଏବେ ବେଶ ଉତ୍ସବମୁଖର । ମହାରାଜଙ୍କ ଦରବାର ମଧ୍ୟ ଆରମ୍ଭ ହେବ। ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଗାଇସିଲେଟ ବ୍ଲକ କନ୍ଦୁମୁଣ୍ଡା ଦଣ୍ଡପାଟି, ସିଂହେନପାଲି ଦୁଲଦୁଲି, ରେମତା ଘଣ୍ଟ ପାର୍ଟି, ପୁରୀ ଘଣ୍ଟ ମର୍ଦଳ, ବଲାଙ୍ଗିର ଡାକା, କଟାପାଲି କରମସାନି, ଗାଇସିଲେଟ ପରଭା ନୃତ୍ୟ, ତୁମୁରିପାଣି କଳଙ୍ଗୀ, ଅଇଁଲାମୁଣ୍ଡା ସଂପ୍ରଦ, ନୂଆଁପଡ଼ା ସଂପ୍ରଦା, ରେଶମ ସମ୍ପ୍ରଦା ଆଦି ସାଂସ୍କୃତିକ ଦଳ ସାମିଲ ହେବେ।

ପାଞ୍ଚ କିଲୋମିଟର ପରିଧିବ୍ୟାପ୍ତ ମୁକ୍ତ ରଙ୍ଗମଞ୍ଚରେ 21 ଟି ମଞ୍ଚରେ ଅଭିନୀତ ହେବ ଦ୍ୱାପର ଯୁଗର ମଥୁରା ଓ ଗୋପଲୀଳାର କଥାବସ୍ତୁ। ଉଗ୍ରେସନଙ୍କ ଗାଦିଚ୍ୟୁତ ଠାରୁ ଆରମ୍ଭ ହୋଇ କଂସ ନିଧନ ଯାଏ ସମ୍ପୂର୍ଣ୍ଣ ପୌରାଣିକ ଶୈଳୀରେ ଅଭିନୀତ ହେବ ଧନୁଯାତ୍ରା। ଡିସେମ୍ବର 1 ଶୁଭସ୍ତମ୍ଭ ସ୍ଥାପନ ହେବା ପରଠାରୁ ଆୟୋଜକ କମିଟି, ଜିଲା ପ୍ରଶାସନ, କଳାକାର ତଥା ବେପାରୀମାନେ ଆଜିର ଦିନକୁ ଅପେକ୍ଷା କରି ରହିଥିଲେ। ଆଉ ମାତ୍ର କିଛିଘଣ୍ଟା ପରେ ବରଗଡ଼ ସହର ପାଲଟିଯିବ ଦ୍ୱାପର ଯୁଗର ମଥୁରା ନଗରୀ।

Leave A Reply

Your email address will not be published.