ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ପର୍ବ ପର୍ବାଣୀ ନିରାଡମ୍ବର ଭାବେ ପାଳନ ହୋଇଛି। ଏପରିକି ବାଲିଯାତ୍ରା ଭଳି ପର୍ବକୁ ପ୍ରଶାସନ ପକ୍ଷରୁ ସଂକ୍ରମଣ ଡରରେ ଅନୁମତି ମିଳିନାହିଁ। ଏହି ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ମଧ୍ୟ ପ୍ରଶାସନ ଅନୁମତି ଦେଇନାହିଁ। ଏନେଇ ଆଜି ଜିଲ୍ଲା ପ୍ରଶାସନ ଏକ ବୈଠକରେ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ ଓ ଧନୁଯାତ୍ରା ଆୟୋଜକ କମିଟି ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଛନ୍ତି।