ଆସନ୍ତା ୫ରେ ବାରିପଦା, ୧୬ରେ ମୋଦିଙ୍କ ପଶ୍ଚିମଓଡ଼ିଶା ଗସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି । ଅପରାହ୍ନ ୧ଟା ୦୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ହେଲିକପ୍ଟର ଯୋଗେ ଆଇ.ଆଇ.ଟି ଭୁବନେଶ୍ୱର କ୍ୟାମ୍ପସରେ ଯାଇ ପହଞ୍ଚିଥିଲେ । ଏହି ଅବସରରେ ମୋଦି ପ୍ରାୟ ୧୫ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏହାସହ ବରୁଣେଇ ପାହଡ ତଳେ ଗୋଶାଳା ପଡ଼ିଆରେ  ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦର ଆସି ଦିଲ୍ଲୀ ଫେରିଯାଇଥିଲେ ।

ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା ସାଧାରଣସଭାର ସ୍ଥାନ ପରିଦର୍ଶନ କରିବା ଅବସରରେ ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ଜାନୁୟାରୀ ୫ରେ ବାରିପଦା ଓ ୧୬ରେ ପଶ୍ଚିମଓଡିଶା ଗସ୍ତରେ ଆସିବେ । ଜାନୁଆରୀରେ ମୋଦିଙ୍କ ସହ ରାଜନାଥ ସିଂ, ନୀତୀନ ଗଡକରୀ ଓ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.